ବୌଦ୍ଧ : ଗୋଟିଏ ରାତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । କଲେଜ କତୃପକ୍ଷଙ୍କ ଠାରୁ ଠକେଇର ଶିକାର ହେଲେ ୨୪୦ ଜଣ ଛାତ୍ରଛାତ୍ରୀ । ବୌଦ୍ଧ ଜିଲା ପୁରୁଣାକଟକ ସ୍ଥିତ ଭୈରବୀ କଲେଜରେ ଘଟିଛି ଏହିଭଳି ଅଭାବନିୟ ଘଟଣା । ଏହାକୁ ନେଇ ଭୈରବୀ କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି । ନିର୍ଦ୍ଧାରିତ ଫିସରୁ ଅଧିକ ଅର୍ଥ ଆଦାୟକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ ବିଶ୍ୱବିଦ୍ୟାଳୟ ଏନରୋଲମେଂଟ ଫିସ ବାବଦରେ କଲେଜ କତୃପକ୍ଷ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଜଣ ପିଛା ୫୦୦ ଟଙ୍କା ଲେଖାଏଁ ଆଦାୟ କରିଛନ୍ତି । କଲେଜ କତୃପକ୍ଷ ଓ ଜନୈକ କର୍ମଚାରୀ ଛୁଟିଦିନରେ ଛାତ୍ରଛାତ୍ରୀମାନଙ୍କୁ ମିଛ ସୂଚନା ଦେଇ ରାତି ସୁଦ୍ଧା ବିଶ୍ୱବିଦ୍ୟାଳୟ ଏନରୋଲମେଂଟ ଫିସ ବାବଦରେ ୫୦୦ ଟଙ୍କା ଲେଖାଏଁ ଦାଖଲ କରିବାକୁ ବାଧ୍ୟ କରିଥିଲେ । ଛାତ୍ରଛାତ୍ରୀମାନେ ଡରିଯାଇ ଯେକୌଣସି ପ୍ରକାରେ ପଇସା ସଂଗ୍ରହ କରି ଏକ କୋଚିଙ୍ଗ ସେଂଟର ଠାରେ ସମୃକ୍ତ କର୍ମଚାରୀଙ୍କ ନିକଟରେ ୫୦୦ ଟଙ୍କା ଲେଖାଏଁ ଦାଖଲ କରିଥିଲେ । ମାତ୍ର ପ୍ରକୃତରେ ବିଶ୍ୱବିଦ୍ୟାଳୟ ଏନରୋଲମେଂଟ ଫିସ ୭୦ ଟଙ୍କା ହୋଇଥିବା ନେଇ ଆଜି ଛାତ୍ରଛାତ୍ରୀମାନେ ଜାଣିବା ପରେ ଭୈରବୀ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ମିଛକଥା କହି ନେଇଥିବା ଅଧିକ ଟଙ୍କା ଫେରାଇବାକୁ ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ମିଥ୍ୟା ସୂଚନା ପ୍ରଦାନ ଓ ଆର୍ôଥକ ଶୋଷଣ ବିରୋଧରେ କଲେଜ କତୃପକ୍ଷଙ୍କ ବିରୋଧରେ ଦୃଢ଼ କାର?୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରି ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲିଭା ଅମାତ , ବଳରାମ ବେହେରା, ଦିପ୍ତିମୟୀ ବାରିକଙ୍କ ସମତେ ଅନ୍ୟମାନେ ଠକାମୀର ଶିକାର ହୋଇଛନ୍ତି । କଲେଜରେ ଛାତ୍ର ଅଶାନ୍ତି ଦେଖାଦେବା ପରେ କଲେଜ କତୃପକ୍ଷ ଏକ ବୈଠକ ଡାକି ସମାଧାନ କରିବାକୁ ପ୍ରୟାସ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ପ୍ରକାଶ ।