
A picture obtained by AFP outside Iran on September 21, 2022, shows Iranian demonstrators taking to the streets of the capital Tehran during a protest for Mahsa Amini, days after she died in police custody. - Protests spread to 15 cities across Iran overnight over the death of the young woman Mahsa Amini after her arrest by the country's morality police, state media reported today.In the fifth night of street rallies, police used tear gas and made arrests to disperse crowds of up to 1,000 people, the official IRNA news agency said. (Photo by - / AFP)
ତେହରାନ : ଇରାନର ରାଜଧାନୀ ତେହରାନରେ ଶୁକ୍ରବାର ଦିନ ରାମହାର୍ମିଜ ଜେଲରେ ଜଣେ କଏଦୀକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବା ପରେ ତୁମୂଳକାଣ୍ଡ ଘଟିଛି । ସଜ୍ଜା ମିଳିବା ପରେ ଜେଲରେ ଥିବା ଅନ୍ୟ କଏଦୀମାନେ ରାଗିଯାଇ ନିଆଁ ଲଗାଇବା ସହ ଦଙ୍ଗା ଆରମ୍ଭ କରିଦେଇଥିଲେ । ଦଙ୍ଗା ସମୟରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।
ଗଣମାଧ୍ୟମ ରିପୋର୍ଟର ସୂଚନା ମୁତାବକ, ଚଳିତ ବର୍ଷ ଡ୍ରଗ୍ ସମ୍ବନ୍ଧୀୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅତି କମରେ 173 ଜଣଙ୍କୁ ଫାଶୀ ଦିଆଯାଇଛି। ଏହାକୁ ନେଇ କଏଦୀମାନେ ଅତ୍ୟନ୍ତ ଅସନ୍ତୁଷ୍ଟ ଅଛନ୍ତି ।
ତେବେ ଦକ୍ଷିଣ-ପଶ୍ଚିମ ଇରାନର ଏକ ଜେଲରେ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଯିବା ପରେ ସାଥୀ କଏଦୀମାନେ ଏହାକୁ ବିରୋଧ କରି ଜେଲରେ ନିଆଁ ଲଗାଇବା ସହ ଗୁଳି ଚଳାଇଥିଲେ । ଚୀନ ପରେ ବିଶ୍ୱରେ ଅଧିକ ଫାଶୀ ଦେଉଥିବା ଦେଶ ହେଉଛି ଇରାନ ।