ହୋଙ୍ଗଝୁ : ଏସୀୟ କ୍ରୀଡାର ଫାଇନାଲରେ ପ୍ରବେଶ କଲେ ଭାରତୀୟ ଆଥଲେଟ । ଶହେ ମିଟର ବାଧା ଦୌଡର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଆଥଲେଟ୍ ଜ୍ୟୋତି ୟାରାଜୀ ଏବଂ ନିତ୍ୟା ରାମରାଜ । ସେପଟେ ଲମ୍ବ ଡିଆଁରେ ଖେଳାଳି ମୁରଲୀ ଶ୍ରୀଶଙ୍କର ଏବଂ ଜେସୱିନ୍ ଆଲଡ୍ରିନ୍ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି।
ଫାଇନାଲରେ ପହଞ୍ଚିବା ଏବଂ ପଦକ ପାଇଁ ଦୌଡରେ ରହିବାକୁ ଏସୀୟ ସ୍ତରର ଚାମ୍ପିଆନ୍ ୟାରାଜୀ 13.03 ସେକେଣ୍ଡ ସମୟ ନେଇଥିଲେ । 24 ବର୍ଷୀୟ ବାଧକ ନିଜ ହିଟରେ ଦ୍ୱିତୀୟ ଏବଂ ସାମଗ୍ରିକ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ନିତ୍ୟା ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି । ଏଥିପାଇଁ ସେ 13.30 ସେକେଣ୍ଡ ସମୟ ନେଇଥିଲେ ।
ଅନ୍ୟପଟେ ପୁରୁଷ ବିଭାଗରେ ଲମ୍ବ ଡିଆଁରେ ଯୋଗ୍ୟତା ମାନଦଣ୍ଡ ଅତିକମରେ 7.90 ମିଟର ଡେଇଁବା କିମ୍ବା ଶ୍ରେଷ୍ଠ 12 ଆଥଲେଟଙ୍କ ମଧ୍ୟରେ ରହିବା ଥିଲା । ମୁରଲି 7.97 ମିଟର ଡେଇଁଥିବା ବେଳେ ଜଶୱିନ 7.67 ମିଟର ଡେଇଁଥିଲେ । ମୁରଲୀ ହିଟରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜଶୱିନ ଷଷ୍ଠ ସ୍ଥାନରେ ଅଛନ୍ତି ।