ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିକାଶରେ ବାଧକ ସାଜିଛନ୍ତି ବୋଲି ବିଧାନସଭା ଅଚଳାବସ୍ଥାକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ, କୃଷିରେ ବିକାଶ ହୋଇନି, ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା କଥା ନୁହେଁ । ବଲାଙ୍ଗିରରୁ ଆରମ୍ଭ କରି ଅନେକ ସ୍ଥାନରେ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଧାନସଭାରେ ସମ୍ପୂର୍ଣ୍ଣ ପକ୍ଷପାତିତା ଚାଲିଛି, ବାଚସ୍ପତି ନିରପେକ୍ଷ ହେଉ ନାହାନ୍ତି । ବିଧାନସଭାରେ ମୋତେ କହିବାକୁ ସୁଯୋଗ ଦିଆଯାଉ ନାହିଁ ନରସିଂହ ମିଶ୍ର କହିଛନ୍ତି ।