ଭୁବନେଶ୍ୱର : ବିଶ୍ୱ ହୃଦୟ ଦିବସରେ ସମସ୍ତଙ୍କୁ ସଚେତନ ହେବାର ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମର ସାମଗ୍ରିକ ଉତମ ସ୍ୱାସ୍ଥ୍ୟ ପାଇଁ ଏକ ସୁସ୍ଥ ହୃଦୟ ଗୁରୁତ୍ୱପୂର୍ଣ୍ଣ । ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି, ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ରୁଟିନ୍ ଚେକ ଅପ୍ କରିବା ଦ୍ୱାରା ହୃଦଘାତର ଆଶଙ୍କା କମ୍ ହୋଇପାରେ । ବିଶ୍ୱ ହୃଦୟ ଦିବସରେ, ଆସନ୍ତୁ ହୃଦ୍ ରୋଗ ଏବଂ ଏହାର ପ୍ରତିରୋଧ ବିଷୟରେ ସଚେତନତା ବିସ୍ତାର କରିବା ।