ପୁରୀ : ଆଜି ବିଶ୍ଵ ହୃଦୟ ଦିବସ ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ସେ ବିଶ୍ଵକୁ ବାର୍ତା ଦେଇଛନ୍ତି ଯେ, ‘ଭାରତ ପ୍ରଥମ, ହୃଦୟ ପ୍ରଥମ’ । ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ହୃଦ୍ ରୋଗ ଉପରେ ସଚେତନତା ସୃଷ୍ଟି କରିବା, ଏହାର ସୁରକ୍ଷା ଏବଂ ଏହାକୁ ସୁସ୍ଥ ରଖିବା ଦିଗରେ ପଦକ୍ଷେପ ନେବା । ଏଥି ସହିତ ସେ ବାଲୁକା କଳା ଜରିଆରେ ହୃଦୟ ଚିତ୍ର କରିଛନ୍ତି ।