ଭୁବନେଶ୍ୱର : ଚିନିକଳ ପାଇଁ ଜନ ଆକ୍ରୋଶ ସମାବେଶ କରିବ ବିଜେପି । ଆସନ୍ତା ୩୦ ତାରିଖ ଶନିବାର ଦିନ ସୁନାପାଳ ଚିନିକଳ ଠାରୁ ବଡମ୍ବା ତହସିଲ ଅଫିସ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହେବ । ଏଥିରେ ପାଖାପାଖି ୧୦ ହଜାର ଜନସାଧାରଣ ଯୋଗଦେବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କଟକ ଜିଲ୍ଲା ବିଜେପି ସଭାପତି ଏହି ସମାବେଶରେ ସାମିଲ ହେବେ ବୋଲି ବଡମ୍ବା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ଦଳ ବେହେରା ସୂଚନା ଦେଇଛନ୍ତି ।