କେନ୍ଦ୍ରାପଡା : ସାଇବର ଠକେଇ ସାରା ରାଜ୍ୟରେ ବଢୁଥିବା ବେଳେ କେନ୍ଦ୍ରାପଡାରେ ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର ଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯଅଇଛି । ଏଥିରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗ ଦେଇ ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସଚେତନତା ର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ । ରାଜ୍ୟରେ ବର୍ଷକୁ ପ୍ରାୟ ୮ କୋଟି ଟଙ୍କା ସାଇବର ଠକେଇ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ୨୦୧୯ ମସିହାରେ ୩୦ଟି, ୨୦୨୦ ମସିହାରେ ୩୯ଟି, ୨୦୨୧ ମସିହାରେ ୫୦ଟି, ୨୦୨୨ ମସିହାରେ ୬୦ ଟି ଏବଂ ୨୦୨୩ ମସିହା ଅଗଷ୍ଟ ଶେଷ ସୁଦ୍ଧା ୫୯ଟି ସାଇବର ଠକେଇ ହୋଇଛି ବୋଲି ସୂଚନା ଦିଆଯାଇଛି । ଏଥିରେ ସାଧାରଣ ଲୋକ କୋଟି କୋଟି ଟଙ୍କା ହରାଇଉ ଥିବାରୁ ଏନେଇ ଏକ ପାଇଲଟ ପୋଜେକ୍ଟ କରାଯାଇ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ଏକ ସଚେତନତା ରଥର ଶୁଭ ଉଦ୍ଘାଟନ କରିବେ ବୋଲି ଜଣାପଡିଛି । ଏଥିପାଇଁ ରାଜ୍ୟ ସ୍ତରରେ ସାଇବର ସୁରକ୍ଷା ଜନିତ ଲୋଗୋ, ମାସ୍କଟ, ସୁରକ୍ଷା ଅଭିଯାନ ପୋଷ୍ଟର, ସଚେତନତା ଭିତିକ ସଙ୍ଗୀତ ଓ ଭିଡିଓ ମାଧ୍ୟମରେ ଲୋକ ମାନଙ୍କୁ ସାଇବର ଠକେଇ ବିଷୟରେ ସଚେତନ କରାଇବା ସହ କିପରି ଠକେଇର ଶିକାର ନହେବେ ସେଥିପାଇଁ ପରାମର୍ଶ ଦିଆଯିବ । ବର୍ତମାନର ଡିଜିଟାଲ ଯୁଗରେ ଛାତ୍ର, ଶିକ୍ଷକ, ବରିଷ୍ଠ ନାଗରିକ, ସଧାରଣ ଲୋକ ଏପରିକି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର ଠକ ମାନେ ଟାର୍ଗେଟ କରି ଆଖି ପିଛୁଳାକେ ସେମାନଙ୍କ ସଂଚିତ ଅର୍ଥକୁ ହଡପ କରି ନେଉଥିବା ଘଟଣା ଆତଙ୍କ ଖେଳାଇ ଦେଇଛି । ଏଥିପାଇଁ ସମସ୍ତେ ଶିକ୍ଷିତ ଓ ସଚେତନ ହେଲେ ସାଇବର ଠକମାନେ ଆଉ ଶିକାର କରିପାରିବେ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, ଏସଡିପିଓ ଦେବେନ୍ଦ୍ର ମଲିକ, ଡିଏସପି ଜ୍ୟୋତି ରଂଜନ ସାମନ୍ତରାୟ,ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରାମର୍ଶ ଦେଇଥିଲେ ।