ନୂଆଦିଲ୍ଲୀ, ୨୮ ସେପ୍ଟେମ୍ବର- ସବୁଜ କ୍ରାନ୍ତୀର ଜନକ ତଥା ପ୍ରସିଦ୍ଧ ବୈଜ୍ଞାନିକ ଡା. ଏମ.ଏସ୍. ସ୍ଵାମିନାଥନଙ୍କ ୯୮ ବର୍ଷ ବୟସରେ ପରଲୋକ ଘଟିଛି । ଗୁରୁବାର ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।
ସ୍ଵାମିନାଥନ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ । କିନ୍ତୁ, ଆଜି ହଠାତ୍ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡିଥିଲା । ପୂର୍ବାହ୍ନ ୧୧ଟା ୨୦ ରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ସେ କୁମ୍ଭକୋଣମ୍, ମଦ୍ରାସ ପ୍ରେସିଡେନ୍ସୀରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନ ଏବଂ ଇଞ୍ଜିନିୟର କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ୧୯୭୨ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।