ମାଲକାନଗିରି : ଓଡିଶା ସରକାରଙ୍କ ନିର୍ଦେଶ ମୁତାବକ ଚିତ୍ରକୋଣ୍ଡା ବ୍ଳକ କୁରମାନୁର ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେପାପ ବୈଠକ ନୀତି ନିୟମ ଆଧାରରେ ଅନୁଷ୍ଠିତ ହୋଇଯାଇଛି! ଉକ୍ତ ବୈଠକ ରେ ବ୍ଲକ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ବାଉରୀ ଯୋଗଦାନ କରିଥିଲେ l ଏଥି ସହିତ କୁର୍ମାନୁର ଗ୍ରାମପଞ୍ଚାୟତ ର ଆଳୁରକୋଟା, ଦୁଲଗାଣ୍ଡି, ସାଡେରି, ଚିନ୍ତାଗୁନାଲ, ମାତିପକା, କେନ୍ଦୁଗୁଡା, ସନ୍ୟାସୀ ଗୁଡା, ଗୁରଲୁର ଆଦି ଗ୍ରାମରୁ ଚାରିଶହ ରୁ ଉର୍ଦ୍ଧ ଅଭିଭାବକ ମାନେ ତଥା କୋଣ୍ଡାରେଡି ସମ୍ପ୍ରଦାୟ ରୁ ସମାଜ ସେବ ଗଣ ଓ ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ତଥ୍ୟ ଭିତିକ ସମସ୍ତ ଦିଗ ଉପରେ ଅବଗତ କରାଇଥିଲେ!
ଫୋଟ ଗ୍ୟାଲେରୀ ଏବଂ ବିଭିନ୍ନ ବିଭାଗ ଯଥା ମିଶନ ଶକ୍ତି, ବନ ବିଭାଗ, ଏସି ଓ ଏସଟି ସପ୍ରଦାୟ ଶିକ୍ଷା ବିଭାଗ, କୃଷି ବିଭାଗ, ଏଭଳି ବିଭିନ୍ନ ଯୋଜନା ବିଷୟ ରେ ପାପ ବୈଠକ ରେ ଉପସ୍ଥିତ ସମସ୍ତଙ୍କୁ ଆଲୋଚନା ମାଧ୍ୟମରେ ସଭାରେ ଉପସ୍ଥିତ ଅଧିକାରୀ ମାନେ ବୁଝାଇଥିଲେ!ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁର୍ମାନୁର 5ଟି ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ସଭାରେ ଉପସ୍ଥିତ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ!
ପରି ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନାଚ ଗୀତ ଓ ଭାଷଣ ପ୍ରଦର୍ଶନ କରାଯାଇଥିଲେ ପୁରସ୍କାର ବିତରଣ କରାଯାଇଥିଲା! ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତପନ କୁମାର ଢ଼ାଲି, ସିଆରସି ଏବଂ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ ସଫଳ ସହିତ ପରିଚାଳନା କରିଥିଲେ “