ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଡେରାସ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପୁଣି ଚିଠି ଲେଖିଛନ୍ତି ।
ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବିବାଦୀୟ ଜମି ନେଇ ଲେଖିଥିବା ଏହି ଚିଠିରେ ସେ ଜବରଦଖଲ ହୋଇଥିବା ପ୍ରାୟ ୧୫୦ ଏକର ଜମି ତୁରନ୍ତ ଚିହ୍ନଟ ପାଇଁ ଦାବି କରିଛନ୍ତି । ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବାର ବ୍ୟବସ୍ଥା ହେଉ ବୋଲି ସେ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଗରିବ ଚାଷୀ ଓ ଘରୋଇ ଜମି ମାଲିବ ଏହାଦ୍ୱାରା ଉପକୃତ ହେବେ । ଏନେଇ ମୁଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି