ଇନ୍ଦୋର : କେନ୍ଦ୍ରୀୟ ଆବାସ ଓ ନଗର ବ୍ୟାପାର ମନ୍ତ୍ରାଳୟ ତତ୍ତ୍ୱାବଧାନରେ ବ୍ରିଲିଆଣ୍ଟ ସମ୍ମିଳନୀ କକ୍ଷରେ ଆଜିଠୁ ଆରମ୍ଭ ହେଉଛି ଦୁଇଦିନିଆ ଇଣ୍ଡିଆ ସ୍ମାର୍ଟ ସିଟିଜ କନକ୍ଲେଭ-2023 । ଏହି ସହରୀ ନବସୃଜନରେ ସବୁଠୁ ଆଗରେ ଏବଂ ବିକାଶ ପ୍ରକ୍ରିୟାରେ ପ୍ରତିମାନ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଶହେଟି ସ୍ମାର୍ଟ ସହର ଅଂଶଗ୍ରହଣ କରିବ । ଲୋକ ସମ୍ପର୍କ ଅଧିକାରୀ ଡକ୍ଟର ଆର.ଆର ପଟେଲ ଏନେଇ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସ ବୁଧବାର ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ସମ୍ମିଳନୀରେ ସାମିଲ ହେବେ । ଇଣ୍ଡିଆ ସ୍ମାର୍ଟ ସିଟିଜ ପୁରସ୍କାର ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣର ବିଜେତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ସମ୍ମିଳନୀରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, କେନ୍ଦ୍ର ଆବାସ ଓ ନଗର ବ୍ୟାପାର କାର୍ଯ୍ୟମନ୍ତ୍ରୀ ହରଦୀପ ସିଂହ ପୁରୀ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, କେନ୍ଦ୍ର ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆବାସ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ମଧ୍ୟପ୍ରଦେଶର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ପ୍ରମୁଖ ସାମିଲ ହେବେ ।