ହାଙ୍ଗଝୁ : ସୂର୍ଣ୍ଣିମ ସୋମବାର । ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ରାଇଫଲ ଟିମ୍ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି । ଏସୀୟ କ୍ରୀଡାରେ ଭାରତୀୟ ସୁଟରମାନେ ସୋମବାର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ 10 ମିଟର ଏୟାର ରାଇଫଲ ଦଳ ଇଭେଣ୍ଟରେ ରୁଦ୍ରାକ୍ଷ ପାଟିଲ, ଦିବ୍ୟାଂଶ ପାୱାର ଏବଂ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର 1893.7 ର ମିଳିତ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାସହିତ ରୁଦ୍ରାକ୍ଷ ପାଟିଲ 632.5 ସହିତ ତୃତୀୟ ରାଙ୍କ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର 631.6 ସହିତ 5ମ ରାଙ୍କ ସହିତ ବ୍ୟକ୍ତିଗତ ଫାଇନାଲ ନିମନ୍ତେ କ୍ୱାଲିଫାଏ କରିଛନ୍ତି । ପାୱାର ମଧ୍ୟ ଶୀର୍ଷ 8ମରେ ରହିଛନ୍ତି କିନ୍ତୁ ଗୋଟିଏ ଏନଓସିରେ କେବଳ ଦୁଇଜଣ ସୁଟର ସୁଟିଂ କରିବାର ନିୟମ ଥିବାରୁ ସେ ଫାଇନାଲରେ ଶୁଟିଂ କରିପାରିବେ ନାହିଁ ।
ଭାରତ 10 ମିଟର ପୁରୁଷ ସୁଟର ଟିମ ଇଭେଣ୍ଟରେ 1893.7 ଅଙ୍କ ସହିତ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଚୀନ ନାମରେ ଥିଲା ।