By Bharat Kumar Moharana

CUTTACK:କଟକ ଜିଲ୍ଲା କ୍ରୀଡା ସାଂସଦ ଆନୁକୁଲ୍ୟରେ ଆସନ୍ତା ଡିସେମ୍ବର 4 ତାରିଖଠାରୁ ଚୌଦ୍ୱାରସ୍ଥିତ ଓ ଟି ଏମ ଖେଳ ପଡିଆଠାରେ ବଚନ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତି ଯୋଜିତା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଆନ୍ତର୍ଜାତିକ ଫୁଟବଲ୍ ଖେଳାଳି ସ୍ବର୍ଗତ ବଚନ ଙ୍କର୍ ସ୍ମୃତି ରକ୍ଷା ପାଇଁ ଏହି ବଚନ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଦୀର୍ଘ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ 13 ଟି ଦଳକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ଡ଼ିସେମ୍ବର ଚାଟି ତାରିଖ ଦିନ ଉଦ୍ଘାଟନ କାର୍ଯ୍ୟ କ୍ରମରେ ଗତ ବିଜେତା ରାଇଜିଂ ଷ୍ଟୁଡେଣ୍ଟ୍ କ୍ଳବ୍ ଆଠାଗଡ ଆସୋସିଏସନ୍ କୁ ଭେଟିବ। ଡିସେମ୍ବର 16 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତି ମ୍ୟାଚ ରେ ଶ୍ରେଷ୍ଠ ଖେଳାଳିଙ୍କୁ 2000 ଟଙ୍କା ପୁରସ୍କାର ଦିଆଯିବ ।ଚମ୍ପିୟାନ ଦଳ କୁ ଚମ୍ପିୟାନ ଟ୍ରଫି ଏବଂ ଆକର୍ଷଣୀୟ ପୁରସ୍କାର ଦିଆଯିବ। ଦଳର ଯାତାୟାତ ଖର୍ଚ୍ଚ କ୍ରୀଡା ସାଂସଦ ବହନ କରିବ।କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିନଥିଲା। ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ବିଶେଷ କରି ଗ୍ରାମାଞ୍ଚଳରେ ଫୁଟବଲ୍ ଖେଳର ପ୍ରଚାର ପ୍ରସାର ପାଇଁ ଗ୍ରାମାଞ୍ଚଳରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସିଛି ବୋଲି କଟକ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କଟକ ଜିଲ୍ଲା କ୍ରୀଡା ସଂସଦର କର୍ମ କର୍ତ୍ତା ଭକ୍ତ ବଲ୍ଲଭ ଦାସ, ବିଜୟ ଦାସ, କୃଷ୍ଣ ଚନ୍ଦ୍ର ବେହେରା,ରଞ୍ଜନ କୁମାର ବିଶ୍ବାଳ,ଅଭିଜିତ ପାଲ,ରମେଶ ମଲ୍ଲିକ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।