ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ି ଓ ଜେଏଏମର ଅନେକ ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡ଼ିର ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସମାଡ, ତିରିଂ ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣିମା ବରଡା, ବଡନାର୍ଣି ପଞ୍ଚାୟତର ବିଜେଡ଼ି ସଭାପତି ଧନାଇ ମାର୍ଣ୍ଡି, ବଡଡାଲିମା ପଞ୍ଚାୟତର ଜେଏମଏମ ସଭାପତି ଯଦୁନାଥ ସୋରେନଙ୍କ ସମେତ ସେମାନଙ୍କ ଅନେକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ ।