ବଲାଙ୍ଗିର/ରାଉରକେଲା : ପଶ୍ଚିମ ଓଡ଼ିଶାରେ ମାଡି ଚାଲିଛି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼, ବରଗଡ଼ ପରେ ଏବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବେକାବୁ ହେବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ।
ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ଇତିମଧ୍ୟରେ ୨୦୦ ଅତିକ୍ରମ କରିଥିବା ବେଳେ ବଲାଙ୍ଗିରରେ ଦୁଇ ମାସରେ ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ସଂକ୍ରମଣକୁ ରୋକିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା ଜଣାପଡିଛି ।
ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାରେ ଗତ ମାସରେ ୧୭୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସରେ ବର୍ତମାନ ସୁଦ୍ଧା ୧୬୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।