ହାଙ୍ଗଝୁ : ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଟିମ ଏସିଆନ୍ ଗେମ୍ସରେ ଶନିବାର ପୁଲ୍ ଏଫ୍ର ଦ୍ୱିତୀୟ ମ୍ୟାଚରେ ନେପାଳକୁ 3-0ରେ ପରାସ୍ତ କରି ବିଜୟ ବିଜୟ ଅଭିଯାନ ଜାରି ରଖିଛି। ଭାରତୀୟ ମହିଳା ଟିମ୍ ଏହାପୂର୍ବରୁ ଶୁକ୍ରବାର ଦିନ ନିଜର ପ୍ରଥମ ମ୍ୟାଚରେ ସିଙ୍ଗାପୁରକୁ ହରାଇଥିଲା ।
ନେପାଳ ବିପକ୍ଷ ଦିନର ପ୍ରଥମ ମ୍ୟାଚରେ ଭାରତୀୟ ଖେଳାଳି ଦିୟା ଚିତଲେ ନେପାଳ ଖେଳାଳି ଶ୍ରେଷ୍ଟା ସୁୱାଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଚିତଲେ ଏହି ମୁକାବିଲାକୁ କେବଳ 13ମିନିଟରେ 3-0ରେ(11-1,11-6, 11-8) ଜିତି ନେଇଥିଲେ ।
ମୁକାବିଲାର ଦ୍ୱିତୀୟ ମ୍ୟାଚ ଭାରତର ଅୟହିକା ମୁଖାର୍ଜୀ ଓ ନେପାଳର ନବୀତା ଶ୍ରେଷ୍ଠଙ୍କ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ଭାବରେ 0-3ରେ ପଛୁଆ ହେବା ପରେ ଅୟହିକା ଖୁବ ସୁନ୍ଦର ଭାବେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ 11-3ରେ ପ୍ରଥମ ମ୍ୟାଚ ଜିତି ନେଇଥିଲେ ।
ଅୟହିକା ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ଦ୍ୱିତୀୟ ଗେମକୁ 11-7ରେ ଜିତି 2-0ର ଅଗ୍ରହଣୀ ହାସଲ କରିଥିଲେ । ତୃତୀୟ ତଥା ଅନ୍ତିମ ଭାଗରେ ଅୟହିକା 11-2ରେ ଜିତ ହାସଲ କରିଥିଲେ ।