ସମ୍ବଲପୁର/ଭୁବନେଶ୍ୱର : ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଶୁକ୍ରବାର ଅପରାହ୍ନରେ ଖୋଲିଛି । ୬ଟି ଗେଟ୍ ଖୋଲିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ୧୬ଟି ଗେଟ୍ ଦଇ ଜଳ ନିଷ୍କାସନ ହେଉଥିଲା । ବର୍ତମାନ ଡ୍ୟାମର ବାମ ପାର୍ଶ୍ୱର ୧୪ ଓ ଡ଼ାହାଣ ପାର୍ଶ୍ୱର ୮ଟି ଗେଟ୍ ଖୋଲା ରହିଛି । ହୀରାକୁଦ ବନ୍ୟାଜଳ ସ୍ତର ୬୨୯.୫୬ ଫୁଟରେ ଅଛି ।