ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୨୨ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୧୦୭୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୧୧୦୭.୨ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୨ ଜିଲ୍ଲାରେ ଅତ୍ୟଧିକ, ୩ ଜିଲ୍ଲାରେ ନିଅଂଟିଆ ଏବଂ ଅନ୍ୟ ୨୫ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।