ବଲାଙ୍ଗିର : ମହାନ୍ ଗଣପର୍ବ ନୂଆଁଖାଇ ଅବସରରେ ଗତକାଲି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମା’ ସମଲେଶ୍ଵରୀ ଓ ପାଟଣେଶ୍ଵରୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କେବଳ ନିଜ ପରିବାର ପାଇଁ ନୁହେଁ ବଲାଙ୍ଗିରବାସୀଙ୍କ ପାଇଁ ତଥା ଓଡ଼ିଶାବାସୀଙ୍କ ପାଇଁ ସେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ପାଟଣେଶ୍ଵରୀ ମନ୍ଦିରରେ ରହିଥିବା ସମସ୍ୟା ସଂପର୍କରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହି ମନ୍ଦିରର ଉନ୍ନତିକରଣ ପାଇଁ ଅନୁଦାନ ମଂଜୁର କରି ସାରିଛନ୍ତି । ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ହେବ ।