ଗଞ୍ଜାମ : ୪ ଦଫା ଦାବି ନେଇ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଡାକରାରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ୟ ମାନେ ଆଜି ଠାରୁ ସମୂହ ଛୁଟିରେ ଅଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।
ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀଙ୍କୁ ଗତ ୨୦୧୬ ଜାନୁଆରୀ ପହିଲାରୁ ସପ୍ତମ ବେତନ କମିଶନଙ୍କ ବକେୟା ଅର୍ଥ ପ୍ରଦାନ, ୨୦୧୪ ସେପ୍ଟେମ୍ବର ପହିଲା ପରେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ପେନସନ୍ କର୍ପସ ଫଣ୍ଡ ଗଠନ, କ୍ୟାଡର ଫଣ୍ଡ କୁ କେନ୍ଦ୍ର ସମବାୟ ବ୍ୟାଙ୍କର ଅଂଶଧନ ପ୍ରଦାନ ଉପରେ ପୁର୍ନବିଚାର କରିବା, ପ୍ରାଥମିକ ସେବା ସମବାୟ ସମିତି ମାନଙ୍କର ପ୍ଲେକ୍ସି ଆକାଉଂଟ ରାଜ୍ୟ ସମବାୟ ବ୍ୟାଙ୍କରେ ଖୋଲିବା ଆଦେଶ ପ୍ରତ୍ୟାହାର ଆଦି ଦାବି ନେଇ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସଂଘର କର୍ମକର୍ତା ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।