ଗଞ୍ଜାମ : ଗଞ୍ଜାମ ଜିଲାରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ସରଳ ନିରିହ ଓ ଅଶିକ୍ଷିତ ଲୋକେ ଏହାର ଶୀକାର ହୋଉଛନ୍ତି। ଏହି ନକଲି ଡାକ୍ତର ମାନେ ଶସ୍ତା, ସୁବିଧା ଓ ଘରପାଖରେ ଚିକିତ୍ସା ସେବା ଯୋଗାଇବାକୁ କହି ରୋଗୀଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଫଳରେ ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ମୁଖରେ ପଡୁଛନ୍ତି । ପିତଳ ବଜାର, ପିତ୍ତଳ ବଡସାହି, ପିତଳ ଛକରେ ଜଣେ ନକଲି ଡାକ୍ତର ଓ ପିତଳ ବଜାର ଏବଂ ତହଁର ଗ୍ରାମରେ ଅନ୍ଯ ଜଣେ ନକଲି ଡାକ୍ତର କ୍ଲିନିକ ଖୋଲି ରୋଗୀସେବା ନାମରେ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଗଂଜାମ ଜିଲାପାଳ, ଭଂଜନଗର ଡ୍ରଗ୍ସ ଇନ୍ସପେକଟର, ହିନ୍ଜିଳିକାଟୁ ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।