ୱାଶିଂଟନ : ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିବ ଆମେରିକା । ଦୀର୍ଘ ସମୟ ଧରି ଋଷ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନକୁ ଆହୁରି ସୈନ୍ୟ ପ୍ରଦାନ କରିବ କରିବ ଆମେରିକା । ୟୁକ୍ରେନକୁ ଆମେରିକା 128 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ଉପକରଣ ଦେବାକୁ ଘୋଷଣା କରିଛି । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ଗୁରୁବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମିଡିଆ ରିପୋର୍ଟସ ମୁତାବକ ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମର ଜେଲେନ୍ସି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଥିଲେ । ଜେଲେନ୍ସି କହିଛନ୍ତି ଯେ, ଯଦି ଆମେରିକା ସୈନ୍ୟ ସହାୟତାରେ କାଣ୍ଟଛାଣ୍ଟ କରେ କିମ୍ବା ତୁରନ୍ତ ସହାୟତା ପ୍ରଦାନ ନକରେ ତେବେ ୟୁକ୍ରେନକୁ ଋଷ ନିଜ ଅଧୀନକୁ ନେଇଯିବ ।
ଯୁଦ୍ଧ ସମୟରେ ଜେଲେନ୍ସି ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି । ଏବଂ ସେଠାରେ ସେ କିଛି ସାଂସଦଙ୍କୁ ମଧ୍ୟ ଭେଟିଥିଲେ ।