ଭୁବନେଶ୍ୱର : ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ୟୁଥ୍ ଫର ଭଲ୍ୟୁଂଟାରୀ ୱାର୍କ’ ତରଫରୁ ଆର୍ନ୍ତଜାତୀୟ ଶାନ୍ତି ଦିବସ ଉପଲକ୍ଷେ ଏକ ଶାନ୍ତି ପଦଯାତ୍ରା ରାଜମହଲ ଛଠକାରୁ ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଅନୁଷ୍ଠାନର ଅଧ୍ୟକ୍ଷ ମିର ଅହମ୍ମଦ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ଜାତିସଂଘ ତରଫରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପାଳନ କରାଯାଏ । ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଶାନ୍ତି ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଲେଖାଥିବା ଯଥା- “ଆସନ୍ତୁ ସାରା ବିଶ୍ୱରେ ଶାନ୍ତି ରକ୍ଷା କରିବା ପାଇଁ ପ୍ରତୀଜ୍ଞା କରିବା’, “ଆସନ୍ତୁ ସମାଜରେ ଶାନ୍ତି ଓ ସଦ୍ଭାବନା ସହ ବଂଚିବା’ ପ୍ରମୁଖ ସ୍ଲୋଗାନ ଦେଇ ସ୍ୱେଚ୍ଛାସେବୀମାନେ ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ପ୍ରଶାନ୍ତ ଶତପଥି, ଜାତୀୟ ସେବା ଯୋଜନାର ଖୋର୍ଦ୍ଧା ଜିଲ୍ଲା ସଂଯୋଜିକା ଜୟଶ୍ରୀବାଳା ମଲ୍ଲିକ ଯୋଗଦାନ କରିଥିଲେ ।