ଭବାନୀପାଟଣା : ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଲଘୁଚାପଜନିତ ବର୍ଷା ହୋଇଯାଇଛି। ଚାଷୀ ମାନେ କେତେକ ଜାଗାରେ ହନ୍ତସନ୍ତ ହେଉଥିବା ବେଳେ ଅଧିକାଂଶ ସ୍ଥାନରେ ଖୁସି ବ୍ୟକ୍ତି କରୁଥିବା ଜଣାଯାଏ। ଜିଲ୍ଲାର ଭବାନୀପାଟଣା ବ୍ଲକରେ ୪୫ ମି.ମି., କେସିଙ୍ଗାରେ ୧୪.୪ ମି.ମି., କର୍ଲାମୁଣ୍ଡା ବ୍ଲକରେ ୧୨ ମି.ମି., ଏମ. ରାମପୁରରେ ୭୩ ମି.ମି., ନର୍ଲାରେ ୪୩ ମି.ମି., ଲାଞ୍ଜିଗଡରେ ୩୩.୮ ମି.ମି., ଥୁଆମୂଳ ରାମପୁରରେ ୧୦୮ ମି.ମି., ଧର୍ମଗଡ଼ରେ ୧୦୭ ମି.ମି., ଜୁନାଗଡ଼ରେ ୩୮ ମି.ମି. କଲମପୁରରେ ୭୪ ମି.ମି., ଜୟପାଟଣାରେ ୬୫ ମି.ମି., କୋକସରାରେ ୪୭ ମି.ମି., ଗୋଲାମୁଣ୍ଡା ବ୍ଲକରେ ୨୫.୬ ମି.ମି.। ଏହିଭଳି ଜିଲ୍ଲାରେ ମୋଟ ୬୮୫.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଜିଲାରେ ହାରାହାରି ୫୨.୭୫ ମି.ମି. ବର୍ଷା ହୋଇଥିବା ସୂଚନା ମିଳିଛି।