ଲକ୍ଷ୍ନୌ : କେନ୍ଦ୍ର ସରକାର ନାରୀ ଶକ୍ତି ବନ୍ଦନ ଅଧିନିୟମ 2023 ପାରିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଷ୍ଟ୍ରୀୟ ସେବିକା ସମିତି କୃତଜ୍ଞତା ଜଣାଇଛନ୍ତି । ରାଷ୍ଟ୍ରୀୟ ସେବିକା ସମିତି ପୂର୍ବ ଉତ୍ତରପ୍ରଦେଶର କ୍ଷେତ୍ର ପ୍ରଚାରିକା ଶଶି କହିଛନ୍ତି ଯେ, ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ଶୁଭ ଅବସର ମିଳିଛି , ଏହା ମହିଳାଙ୍କ ପାଇଁ ଗୌରବର କ୍ଷଣ ଅଟେ । ସେ କହିଛନ୍ତି ଯେ, ମହିଳାଙ୍କ ପାଇଁ ସକ୍ଷମୀକରଣର ଆବଶ୍ୟକତା ରହିଛି ।
ରାଷ୍ଟ୍ରୀୟ ସେବିକା ସମିତିର ବିଶ୍ୱାସ ଯେ, ଆଦିଶକ୍ତିର ଅନେକ ରୂପ, ଯେଉଁଥିରେ ମାଆ ସରସ୍ୱତୀ, ମାଆ ଲକ୍ଷ୍ନୀ ଏବଂ କାଳୀ ପ୍ରକଟ ହୋଇଥାନ୍ତି । ସେମାନଙ୍କ ଅନୁଭୂତି ଆମକୁ କିଛି କିଛି ସମୟରେ ହୋଇଥାଏ । ଏହା ଯୋଗୁ ଭବିଷ୍ୟତରେ ମହିଳା ସାଂସଦ ଏବଂ ବିଧାୟକ ନିଜର ଭୂମିକାକୁ ବେଶ ଭଲ ଭାବେ ନିର୍ବାହ କରିପାରିବେ । ସ୍ୱାଧୀନତାର ଅମୃତପର୍ବରେ ମହିଳାଙ୍କୁ ଏହି ଶୁଭ ସୁଯୋଗ ପ୍ରଦାନ କରିଥିବା କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରୀୟ ସେବିକା ସମିତି ।