ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପବ୍ଲିକ ଅଫିସରେ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଯେମିତି ପ୍ରତ୍ୟେକ ଲୋକ ଉପକୃତ ହେବେ ଏହା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଜଣେ ଦକ୍ଷ ତଥା ଉଦୀୟମାନ ପ୍ରଶାସକଙ୍କ ସହଯୋଗରେ ଭୁବନ ଏନ୍.ଏ.ସି. ର ବିକାଶ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।
ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସମସ୍ତ ଏନ୍.ଏ.ସି. କର୍ମଚାରୀ ନୂତନ ନିର୍ବାହୀ ଅଧିକାରୀଙ୍କୁ ସ୍ଵାଗତ ଜଣାଇଥିଲେ ।