ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଦେଶ ନାମ ପରିବର୍ତ୍ତନ ନେଇ ଭାରତୀୟ ଜନତା ପାର୍ଟିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାଧାରଣ ସଭାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତ ଆପଣଙ୍କ ପିତାଙ୍କର କି? ଏହା 140 କୋଟି ଦେଶବାସୀଙ୍କର ଅଟେ । ଦିଲ୍ଲୀ ସିଏମ୍ ଆହୁରି ମଧ୍ୟ କହିଛି ଯେ, ମୁଁ ବିଜେପିକୁ ଚ୍ୟାଲେଞ୍ଜ କରି କହୁଛି, ଯଦି ଆପଣଙ୍କର ସାହସ ଅଛି ତେବେ ଦେଶର ନାମ ପରିବର୍ତ୍ତନ କରି ଦେଖାନ୍ତୁ । ସେ କହିଛନ୍ତି ଯେ, ଗତ ବର୍ଷ ପର୍ଯ୍ୟନ୍ତ ଏମାନେ ଇଣ୍ଡିଆ ନାମରେ ଅନେକ କାର୍ଯ୍ୟକ୍ରମ ଚଳାଉଥିଲେ । ଯେତେବେଳେ ବିରୋଧୀଦଳଗୁଡିକ ମେଣ୍ଟର ନାମ ଇଣ୍ଡିଆ ରଖିଲେ, ସେତେବେଳେ ସେମାନେ କହୁଛନ୍ତି ଯେ, ଆମେ ଇଣ୍ଡିଆ ନାମ ପରିବର୍ତ୍ତନ କରିବୁ।
ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆମ ସୈନିକମାନେ ଶହୀଦ ହେବାବେଳେ ଆମ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଉତ୍ସବ ପାଳନ କରୁଛନ୍ତି । ସେ କହିଛନ୍ତି ଯେ ଚାରି ଦିନ ହେଲାଣି ଅନନ୍ତନାଗ ଏନକାଉଣ୍ଟରରେ ସୈନିକମାନେ ପ୍ରାଣ ହରାଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ବି ଶବ୍ଦ କହି ନାହାଁନ୍ତି। ଏହି ସମ୍ପର୍କରେ ତୁମେ କାହିଁକି ମୁହଁ ଖୋଲୁ ନାହଁ ? ତୁମେ ଦୁଃଖ ଅନୁଭବ କରୁ ନାହଁ କି ? ସେ କହିଛନ୍ତି ଯେ, “କଣ ଅସୁବିଧା ଅଛି, କାହିଁକି ପାଟିରୁ କଥା ବାହାରୁନାହିଁ?
ନିକଟରେ ଅନୁଷ୍ଠିତ ଉପ-ନିର୍ବାଚନରେ I.N.D.I.A. ମିଳିତ ମଞ୍ଚର ପ୍ରଦର୍ଶନକୁ ନେଇ ଖୁସିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହି ମିଳିତ ମଞ୍ଚ ଅତ୍ୟନ୍ତ ଶକ୍ତିଶାଳୀ, ସେଥିପାଇଁ 6 ଟି ରାଜ୍ୟରେ ଅନୁଷ୍ଠିତ ଉପ-ନିର୍ବାଚନରେ 7 ଟି ସିଟ୍ ମଧ୍ୟରୁ 4 ଟି ଜିତିଛି । କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମଧ୍ୟ ପୋଷ୍ଟ କରିଥିଲେ , “I.N.D.I.A ମିଳିତ ମଞ୍ଚ ବହୁତ ଶକ୍ତିଶାଳୀ , ଏହା ହେଉଛି ବିଜେପିର ଚିନ୍ତାର କାରଣ । ଏହି କାରଣରୁ ବିଜେପି ଦେଶର ନାମ ପରିବର୍ତ୍ତନ କରିବାକୁ ଚାହୁଁଛି ।