କନ୍ଧମାଳ : ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଏ. ଜେ.ଓ. ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପାୟଲ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି, ସହାୟକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଇତିଶ୍ରୀ ପଟ୍ଟନାୟକ, ସମୀର ସାହୁ, ପ୍ରହଲ୍ଲାଦ ସ୍ଵାଇଁ ଏବଂ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଅନୁଷ୍ଠିତ କାର୍ଯକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବକ୍ତୃତା ପ୍ରତିଯୋଗୀତାରେ ଉପଲବ୍ଧ ଗୌଡ଼ ପ୍ରଥମ, ସ୍ମୃତିରେଖା ପାତ୍ର ଦ୍ଵିତୀୟ ଏବଂ ସତ୍ୟମ୍ ପାତ୍ର ତୃତୀୟ ହୋଇଥିଲେ। ସେହିପରି ସଙ୍ଗୀତରେ ଅନୁପମା ବେହେରା ପ୍ରଥମ, ଗୁଣ୍ଡିଚାରାଣୀ କହଁର ଦ୍ଵିତୀୟ ଏବଂ ପ୍ରୀତି ଦିଗାଲ ତୃତୀୟ ହୋଇଥିଲେ । ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ କହିଥିଲେ ଯେ, ଏହି କାର୍ଯକ୍ରମ ମାଧ୍ୟମରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ବହୁଳ ଭାବରେ ହୋଇପାରିବ ଯାହା ଫଳରେ ଆମ ଜିଲ୍ଲାର ଜନସାଧାରଣ ରାଜ୍ୟ ବାହାରକୁ ଗଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଥିଲେ।
ବୈଠକରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରିଥଲେ।