ନୂଆଦିଲ୍ଲୀ : ଜାତୀୟ ହିନ୍ଦୀ ଦିବସ ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଭାରତର ଭାଷାର ବିବିଧତାକୁ ଏକତା ସୂତ୍ରରେ ବାନ୍ଧିବାର ନାମ ହେଉଛି ହିନ୍ଦୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହିନ୍ଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶାହ କହିଛନ୍ତି । ତେବେ ଆସନ୍ତୁ ହିନ୍ଦୀ ଦିବସ ଅବସରରେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସଶକ୍ତ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।