ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ସରକାରୀ ଡାକ୍ତରଖାନା ଗୁଡିକରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ଥାଇ ରୋଗୀ ସେବା ଚାଲିଛି। ବଲାଙ୍ଗିର ଜିଲ୍ଲାରେ ୬୧୭ ପଦବୀ ମଧ୍ୟରୁ ୧୭୯ ନୂତନ ଓପିଏସସି ଯୋଗଦେଇଥିଲା ବେଳେ ୪୩୮ ପଦବୀ ଖାଲି ପଡ଼ିଛି। ପାଟଣାଗଡ ସବଡିଭିଜନ ୪୯ ମଞ୍ଜୁରୀ ମଧ୍ୟରୁ ମାତ୍ର ୯ ଜଣ ଥିଲା ବେଳେ ୪୦ ଟି ପଦବୀ ଖାଲି ପଡ଼ିଛି। ଟିଟିଲାଗଡ ସବଡିଭିଜନ ୪୯ ପଦବୀ ମଧ୍ୟରୁ ୧୫ ଜଣ ଥିଲା ବେଳେ ୩୪ଟି ପଦବୀ ଖାଲି ପଡ଼ିଛି। ଜିଲ୍ଲାର ୭୧୫ ମଞ୍ଜୁରୀ ମଧ୍ୟରୁ ୨୦୫ ଡାକ୍ତର ଅଛନ୍ତି ୫୧୨ ପଦବୀ ଖାଲପଡ଼ିଥିବା ଜଣାପଡିଛି।