ବଲାଙ୍ଗିର : ବହୁଦିନ ରାଜେନ୍ଦ୍ର ପାର୍କ ର ପୁନଃରୁଦ୍ଧାର କାମ ଚାଲିଲା ପରେ ଗତକାଲି ସନ୍ଧ୍ୟାରେ ବହୁପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ପୂର୍ବତନ ଲୋକସଭା ସଦସ୍ୟ ତଥା ବର୍ତ୍ତମାନ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ନଗରପାଳ ଲିକା ସାହୁ ଉପସ୍ଥିତ ରହି ଲୋକାର୍ପଣ କାର୍ଯ୍ୟ କରିଥିଲେ। ଏହି ପାର୍କ ରେ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ, ୱାଟର ଫାଉନ୍ଡେସନ, ଅତ୍ୟାଧୁନିକ ବିଜ୍ଞାନ ସାମଗ୍ରୀ ସହିତ ଆଲୋକିକରଣ ବ୍ୟବସ୍ଥା ହୋଇଛି। ଗୌତମ ବୁଦ୍ଧଙ୍କ ସହିତ ବିଭିନ୍ନ ପଶୁ ଜିବଜନ୍ତୁଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଶିଶୁ ଓ ବଡ଼ ମାନଙ୍କ ପାଇଁ ପାର୍କଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।
ଉଦ୍ଘାଟନ ବେଳେ ଉପ ନଗରପାଳିକା ଗାୟତ୍ରୀ ଭୋଇ, କାଉନସିଲର ସସ୍ମିତା ନନ୍ଦ, ସରିତା ବାଗ, ପିଙ୍କି କବାଟ, ଲାଲୁ ପଟ୍ଟନାୟକ, ପ୍ରେମଲତା ନାଏକ,କିଶୋର କୁମ୍ଭାର, ସଂତୋଷିନି କୁଆଁର , ପ୍ରତିମା ଛତ୍ରିଆ ଗଙ୍ଗାଧର ଦାଶ, ଶତ୍ରୁଘ୍ନ ବାଗ, ସମସ୍ତ ଯନ୍ତ୍ରୀ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।