ଧର୍ମଶାଳା/ଯାଜପୁର : ଶହ ଶହ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଗୋହିରାଗାଡିଆ ଅଂଚଳର ଆଦିବାସୀଙ୍କୁ ଏଯାଏଁ ମିଳିନି ଜମି ପଟ୍ଟା । ପଟ୍ଟା ନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ସେମାନେ ଗତକାଲି ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଦିବାସୀ ଭୂମିହୀନଙ୍କୁ ଘରଡ଼ିହ ପଟ୍ଟା ଆମର ଦାବି, ଜଙ୍ଗଲ ଅଧିକାର ଆଇନକୁ ଆଦିବାସୀ ଇଲାକାରେ ଲାଗୁ କର ଆଦି ନାରାବାଜି କରିଛନ୍ତି ଆନ୍ଦୋଳନକାରୀ ।