ଭୁବନେଶ୍ୱର : କଟକ ଠାରୁ ସମ୍ବଲପୁର ଜାତୀୟ ରାଜପଥ ଚାରିଥାକିଆ ରାସ୍ତା ଶୀଘ୍ର ନିର୍ମାଣ ଓ ପୁରୁଣା ରାସ୍ତା ମରାମତି ଦାବୀ ନେଇ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଜାତୀୟ ରାଜପଥ ବନ୍ଦ ଡାକରା ଦିଆ ଯାଇଛି l ଏହି ବନ୍ଦ ଡାକରା ରେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଖୋଲା ରହିବ l କେବଳ ରାସ୍ତା ବନ୍ଦ କରାଯାଇଛି l ଫଳରେ ଅନଗୁଳ ଠାରୁ ସମ୍ବଲପୁର ଯୋଗାଯୋଗ ବାଧିତ ହୋଇଥିବା ଜଣା ପଡିଛି ।