ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୧୩୦ ବର୍ଷ ପୂର୍ବେ ଆଜିର ଦିନରେ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଭାଷଣ ଆଜି ବି ବୈଶ୍ୱିକ ଏକତା ଏବଂ ସଦଭାବନା ପାଇଁ ଆହ୍ୱାନ ଦେଉଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘୧୩୦ ବର୍ଷ ପୂର୍ବେ ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣ ଆଜି ବି ବୈଶ୍ୱିକ ଏକତା ଏବଂ ସୌହାର୍ଦ୍ଦ୍ୟ ପାଇଁ ଆହ୍ୱାନ ଦେଉଛି । ମାନବିକତାର ସାର୍ବଭୌମିକ ଭାଇଚାରାକୁ ଗୁରୁତ୍ୱ ଦେଉଥିବା ତାଙ୍କ କାଳାତୀତ ସନ୍ଦେଶ ଆମ ପାଇଁ ମାର୍ଗଦର୍ଶକ ସାଜିଛି ।’