ରାଉରକେଲା, ୭ ସେପ୍ଟେମ୍ବର – ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଅଂଚଳରେ ଥିବା ଓଡିଶାର ୨ୟ ବୃହତ ଡାୟରୀଫାର୍ମରେ ମେଡିକାଲ କଲେଜ କରିବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ରେ ଶୂଭଦେଇ ସେଠାରେ ମେଡିକାଲ କଲେଜ ନକରିବା ଓ ସେହି ଯାଗାକୁ ଏକ କାରଖାନା ମାଲିକଙ୍କୁ ଦେଇଦେବାରେ ଫାଇଭ-ଟି ସଚିବ ସହଯୋଗ କରିବା ଅଭିଯୋଗ କରି ଆଜି କୁଆଁରମୁଣ୍ଡାରେ ୧୨ ଘଂଟିଆ ବନ୍ଦ ପାଳନ କରାଜିବା ସହ ଏ ଅଂଚଳବାସୀଙ୍କୁ ନବୀନ ଠକିଦେଲେ ଓ ପାଣ୍ଡିଆନ ପ୍ରତାରିତ କଲେ ବୋଲି ଅଭିଯୋଗ କରାଯାଇଛି । ସେମାନେ କହିଛନ୍ତି, ଏଠାରେ ଡାୟରୀ ଫାର୍ମ ଅଚଳ ହେବା ପରେ ଏହାକୁ ମେଡିକାଲ କଲେଜ କରିବା ଲାଗି ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଦାବି ହୋଇଥିଲା ।ସେତେବେଳେ ମୁଖ୍ୟମନ୍ତ୍ରୀ କୁଆଁରମୁଣ୍ଡାକୁ ଯାଇ ନଡିଆ ପିଟି ମେଡିକାଲ କଲେଜର ଶୁଭ ଦେଇଥିଲେ, ହେଲେ ୧୯ ବର୍ଷ ବିତିଗଲା ସରକାର ଶୁଣିଲେ ନାହିଁ, ଶେଷରେ ସରକାର ଏହି ସର୍ବବୃହତ ଫାର୍ମକୁ ଜିଲ୍ଲାର ଏକ ସ୍ପଞ୍ଜ କାରଖାନା ମହାବିର ଫେରୋ ଆଲଏଜକୁ ଟେକି ଦେଇଥିବା କୁହାଯାଇଛି । ଆନ୍ଦୋଳନକାରୀ ମାନେ ଆଜି ସକାଳୁ ଏହାର ପ୍ରତିବାଦ କରିବା ସହ ସେହିଯାଗାକୁ ଫେରାଇ ଆଣାଜିବା ସହ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଦାବି କରିଛନ୍ତି । ମହାବୀର ଫେରୋ ଆଲୟେଜର କଲୁଙ୍ଗା ଅଂଚଲରେ ଏକ ୟୁନିଟ ରହିଛି, ଯାହା ବିରୋଧରେ ବ୍ୟାପକ ପ୍ରଦୁଷଣ ଓ ଆଦିବାସୀଙ୍କ ଜମି ହଡପ କରିବାର ଅଭିଯୋଗ ମାନ ରହିଛି । ଡାକ୍ତରଖାନା ନକରି କଲେଜ ନକରି ପୁଣି ଗୋଟେ ପ୍ରଦୁଷଣକାରୀ ସଂସ୍ଥାକୁ ଏଠାକୁ ପଠାଇ ଏ ଅଂଚଳ ବାସୀଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ସକାଳୁ ଏଭଳି ଆନ୍ଦୋଳନ ଦ୍ଵାରା କୁଆଁରମୁଣ୍ଡା ଅଂଚଳର ଦୋକାନ ବଜାର ବନ୍ଦ ରହିବା ସହ କୌଣସି ଗାଡି ଯାତାୟତ କରିନପାରି ରାସ୍ତା ଉପରେ ଠିଆ ହୋଇ ରହିଥିଲେ, ସାଧାରଣ ଜୀବନଯାପନ ଏକ ପ୍ରକାର ଠପ ହୋଇଯାଇଥିଲା ।
ଆନ୍ଦୋଳନକାରୀ ମାନେ କହିଛନ୍ତି, ଯେପର୍ଯ୍ୟନ୍ତ ସେଠାରେ ସଂପୃକ୍ତ ଶିଳ୍ପପତି କାମ ବନ୍ଦ ନକରିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ । ଅନ୍ୟପକ୍ଷରେ ମେଡିକାଲ କଲେଜ ଲାଗି ଶୁଭ ଦେବାକୁ ଏହା ଭିତରେ ୧୯ ବର୍ଷ ବିତିଯାଇଥିବା ବେଳେ ଏହାରି ଭିତରେ ସୁନ୍ଦରଗଡରେ ମେଡିକାଲ କଲେଜ ହେଲା ରାଉରକେଲା -ସୁନ୍ଦରଗଡ ସରକାରୀ ମେଡିକାଲର ଉନ୍ନତିକରଣ କରାଗଲା, କିନ୍ତୁ ଏଠାରେ ମେଡିକାଲ କଲେଜ କରାଯିବାକୁ ନେଇ ଆଜିଯାଏ ପଦେହେଲେ ସେ ଅଂଚଳରେ ବିଧାୟକ ମାନେ ମୁହଁ ନଖୋଲିବା ପଛର କାରଣ କଣ ବୋଲି ଜାଣିବା ଶୁଣିବା ମହଲରେ ପ୍ରଶ୍ନ ହେଉଛି । ଅବଶ୍ୟ କୁଆଁରମୁଣ୍ଡା ଅଂଚଳରେ ଥିବା କାରଖାନା ଗୁଡିକର ପ୍ରଦୁଷଣ ମାତ୍ରା ଅଧିକ, ଏହାଦ୍ଵାରା ରାଉରକେଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହେଉଛି। ଏ କାରଖାନା ଆସିଲେ ପ୍ରଦୁଷଣ ମାତ୍ରା ଆହୁରୀ ବଢିଜିବ। କିନ୍ତୁ, ୧୯ ବର୍ଷ ଭିତରେ କେବେ କାହା ମୁହଁ ଖୋଲି ନଥିବା ବେଳେ ଆଜି ସବୁ କାମ ସରି କାରଖାନା ତାର କାମ ଆରମ୍ଭ କରିବାକୁ ଯାଉଥିବା ବେଳେ ଶେଷ ମୁହୁର୍ତରେ ଏଭଳି ଆନ୍ଦୋଳନ କେତେ ଫଳଦାୟକ ହେବ ଓ କୁଆଁରମୁଣ୍ଡା ବାସୀଙ୍କୁ କିପ୍ରକାର ନ୍ୟାୟ ଦେବ ତାହା ଦେଖିବାକୁ ବାକି ରହିଲା ବୋଲି ମତ ପ୍ରକାଶ ପାଇଛି ।