କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ସର୍ବାଧିକ ୧୫୮.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ୭ ସେପ୍ଟେମ୍ବର – ଗତ ୨୪ ଘଂଟାରେ ରାଜ୍ୟରେ ବିସ୍ତୃତି ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୧୫୮.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ୧୧୫.୦ ମି.ମି., ରାୟଗଡ଼ା ଜିଲ୍ଲାର ଆମ୍ବଦୋଳା ୧୦୯.୦, କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୧୦୭.୦, କୋରାପୁଟ ଜିଲ୍ଲାର ପଟାଙ୍ଗି ୯୫.୦ ମି.ମି., ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୯୪.୦, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୮୬.୨, ମୟୂରଭଞ୍ଜ ଜିଲ୍ଲାର ବିଜାତଳା ୮୦.୦, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡାରେ ୭୭.୬, କୋରାପୁଟ ଜିଲ୍ଲାର କୋରାପୁଟରେ ୭୩.୦, ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୭୧.୦ ମି.ମି., ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୬୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।କ