ବଲାଙ୍ଗିର, ୭ ସେପ୍ଟେମ୍ବର- ବଲାଙ୍ଗିର ସୋନପୁର ରାସ୍ତା ରେଲୱେ ଫାଟକ ଲୁହାରଡ଼ରେ ଧକ୍କା ହୋଇ ଦୁଇ ଯୁବକଙ୍କ ଜୀବନ ଗଲା।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ସୋନପୁର ସାତ ମାଇଲ ଛକ୍ କୁ କୌଣସି କାମରେ ଯାଇ ସେଠାରୁ ଫେରୁଥିବା ବେଳେ ସୁଦପଡା ରେଲୱେ ଫାଟକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏମାନେ ସ୍କୁଟି ରେ ଦୃତ ଗତିରେ ଆସି ରେଲୱେ ଫାଟକରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରେ ଜଣେ ଲୋଇସିଂହାର ଆଲୋକ ଶିକା (୨୮) ଓ ଆଉ ଜଣେ ପୁଇଁତଳା ବ୍ଳକ ବେଲବାହାଲି ଗାଁ ର ପୃଥ୍ଵୀରାଜ ପରୁଆ ବୋଲି ଜଣାପଡିଛି। ବଲାଙ୍ଗିର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚି ଏହାର ତଦନ୍ତ କରୁଛି। ଦୁଇ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକେଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି।