ନୂଆଦିଲ୍ଲୀ : ରୁଷ୍ ଏବଂ ୟୁକ୍ରେନ ଯୁଦ୍ଧ ପରେ ଦୁନିଆର ଅନେକ ଦେଶ ଡ୍ରୋନର ଉପଯୋଗିତା ବୁଝି ସାରିଛନ୍ତି ଏବଂ ଗତ କିଛି ବର୍ଷରେ ଏହାର ଲୋକପ୍ରୟତା ପୁରା ବିଶ୍ୱରେ ଦୃତ ଗତିରେ ବଢି ଚାଲିଛି । ଭାରତ ସମେତ ଅନେକ ଦେଶ ଡ୍ରୋନ ତିଆରି କରିବା ଆରମ୍ଭ କରିସାରିଲେଣି ଯାହା ଦ୍ୱାରା ଦେଶର ଶକ୍ତି ବଢିବ । ଡ୍ରୋନ୍ ଟେକ୍ନୋଲୋଜିି ଭାରତର ସାମରିକ କ୍ଷତ୍ରରେ ପରିବର୍ତନ ଆଣିଛି । ଭାରତର ଡ୍ରୋନ ଇଣ୍ଡଷ୍ଟ୍ରି ୨୫ରୁ ୨୬ ସେପ୍ଟେମ୍ବରରେ ବାୟୁସେନାର ହିଂଡେନ ଏଆରବେସରୁ ଲାଇଭ୍ ଉଡାଣ ପ୍ରଦର୍ଶନ କରିବେ ।
ଗୁପ୍ତଚର ତଦାରଖ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ଦୂରରୁ ପାଇଲଟ୍ ବିମାନ ବ୍ୟବହାର କରନ୍ତି । ଭାରତରେ ଦୁଇ ବର୍ଷ ମଧ୍ୟରେ, ଡ୍ରୋନର ବ୍ୟବହାର ଏବଂ ବିକାଶ କ୍ଷମତା ଉପରେ ଏହାର ଆତ୍ମବିଶ୍ୱାସ ମେହେର ବାବା ସ୍ୱର୍ମ ଡ୍ରୋନ୍ ପ୍ରତିଯୋଗିତା ପରି ପଦକ୍ଷେପରୁ ଜନ୍ମ ନେଇଛି । ସ୍ୱର୍ଗତ ଏୟାର କମୋଡୋର ମେହେର ସିଂଙ୍କ ସମ୍ମାନାର୍ଥେ ଏହି ପ୍ରତିଯୋଗିତାର ନାମକରଣ କରାଯାଇଥିଲା । ସ୍ୱଦେଶୀ ଦକ୍ଷତା ବ୍ୟବହାର କରି ଏହି ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।