ନୂଆଦିଲ୍ଲୀ : ଲଦ୍ଦାଖ ପାର୍ବତୀୟ ବିକାଶ ପରିଷଦ ନିର୍ବାଚନ ଅଧିସୂଚନାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ନ୍ୟାସନାଲ କନଫରେନ୍ସକୁ ହଳ ଚିହ୍ନ ଦେବାକୁ ମନା କରିଦେଇଥିଲେ ଲଦ୍ଦାଖ ପ୍ରଶାସନ । ତେବେ ଜଷ୍ଟିସ ବିକ୍ରମ ନାଥ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ 7ଦିନ ମଧ୍ୟରେ ନୂଆ ଅଧିସୂଚନା ଜାରି କରିବାକୁ ଲଦ୍ଦାଖ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପ୍ଟେମ୍ବର 10 ତାରିଖରେ ଲଦ୍ଦାଖ ପାର୍ବତୀୟ ବିକାଶ ପରିଷଦ ନିର୍ବାଚନ ହେବାର କାର୍ଯ୍ୟସୂଚୀ ଥିଲା । ଏଥିପାଇଁ ଅଗଷ୍ଟ 5 ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ଏହି ଅଧିସୂଚନାକୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖ ହାଇକୋର୍ଟ ଭୁଲ ବୋଲି ଦର୍ଶାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।