
Businessman giving money in the envelope to his partner in the dark - bribery and venality concept
ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଶିକ୍ଷା ବିଭାଗରେ ହେଉଥିବା ଲାଞ୍ଚ କାରବାର ବିଷୟରେ ବରିଷ୍ଠ କଂଗ୍ରେସ ନେତା ଶରତ ବୁରୁଦା ଅଭିଯୋଗ କରିଛନ୍ତି। ମାଥିଲି ବ୍ଲକର ପୂର୍ବତନ ବ୍ଲକ ଶିକ୍ଷାଧ୍ୟାକାରୀ (ବିଇଓ) ଶଶିଭୂଷଣ ମିଶ୍ର ଅବସର ଗ୍ରହଣ କରିଛନ୍ତି । ଆଉ ଜଣେ ପୂର୍ବତନ ବିଇଓ ହିମାଂଶୁ ଭୂଷଣ ସମରଥ ପୁରୀ ଜିଲାକୁ ବଦଳି ହୋଇଛନ୍ତି । ଉପରୋକ୍ତ ୨ ଜଣ ମାଥିଲି ବ୍ଲକ ଅଞ୍ଚଳର ପ୍ରାୟ ୨୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକା (ସିସିଆର) ଦେଇନାହାନ୍ତି। ଫଳରେ ବ୍ଲକ ଅଧୀନସ୍ଥ ଶିକ୍ଷକ ଶିକ୍ଷୟତ୍ରୀମାନେ ସେମାନଙ୍କର ସିସି ଆର୍ ଉପରିସ୍ଥ ଅଫିସରେ ଦେବାରେ ବିଫଳ ହୋଇଛନ୍ତି । କିଛି ସିଆରସିସି ବିଇଓ ଶ୍ରୀ ସମରଥ ପାଖକୁ ପୁରୀ ଯିବାକୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ୩ ଶହ ଟଙ୍କା ଏବଂ ଅବସରପ୍ରାପ୍ତ ବିଇଓ ଶ୍ରୀ ମିଶ୍ରଙ୍କ ପାଖକୁ ଯିବା ପାଇଁ ୬ ଶହରୁ ଏକ ହଜାର ଟଙ୍କା ଆଦାୟ କରିଛନ୍ତି । ଜିଲା ଶିକ୍ଷାଧିକାରୀ ମାଥିଲି ର ପୂର୍ବତନ ବ୍ଳକ ମଣ୍ତଳ ଶିକ୍ଷାଧ୍ୟାକାରୀଙ୍କ କାର୍ଯ୍ୟରେ ଅବହେଳା କିମ୍ବା କାମ ବାକି ଥିବା ସତ୍ତ୍ବେ ଏନ୍ଓସି ବା ଏଲ୍ସି କେମିତି ଦେଲେ ସ ନ୍ଦେହ ସୃଷ୍ଟି କରୁଛି । ଗୁପ୍ତ ଚରିତ୍ର ପଞ୍ଜିକା ଦେଇପାରୁ ନ ଥିବାରୁ ମାଥିଲି ମଣ୍ତଳ ଅଧୀନସ୍ଥ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପଦୋନ୍ନତି କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି।ପ୍ରକାଶ ଥାଉକି ଏଥି ପୂର୍ବରୁ ଅନୁରୂପ ଭାବେ କୋରୁକୋଣ୍ଡା ବ୍ଳକ ଶିକ୍ଷା ବିଭାଗ ଅଧୀନରେ ଶିକ୍ଷକ ମାନଙ୍କ ଠାରୁ ମଧ୍ୟ ଶିକ୍ଷକ ସଂଘ ମାଧ୍ୟମ ରେ ସି ସି ଆର ପାଇଁ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ହେଉଛି!