
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି।ଗିରଫ ମାନେ ହେଲେ ଖୋର୍ଦ୍ଧା ସହର ସାମନ୍ତରାପୁର ଅନ୍ତର୍ଗତ ସିଦ୍ଧେସ୍ୱର ମନ୍ଦିର ସମ୍ମୁଖର ଶିବ ବେହେରା,ଯାଜପୁର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଟାପୁଟିଆ ଗାଁ ର ମନୋଜ ପଲେଇ ଓ ନୟାଗଡ଼ ଜିଲ୍ଲା ରଣପୁର ଥାନା ମହତପଲାର ଅନୀଲ ଦାସ।ପୋଲିସ ଏମାନଙ୍କ ଠାରୁ ୨୦ଗ୍ରାମ ବ୍ରାଉନସୁଗାର ସମେତ ଗୋଟିଏ ପଲସର ବାଇକ ଜବତ କରିଛି।ଜବତ ବ୍ରାଉନସୁଗାରର ମୂଲ୍ୟ ୨ଲକ୍ଷ ଟଙ୍କା ହେବ।ପୋଲିସ ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ସହରର ବିଡିଏ କଲୋନୀର ଏଲ -୨୭ରେ ମନୋଜ ପଲେଇ ଭଡା ଘର ନେଇ ବ୍ରାଉନସୁଗାର ବେପାର କରୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।ଏନେଇ ଆଦର୍ଶ ଥାନା ପୋଲିସ ୫୬୩/୨୩ଦଫା ୨୧(ବି)୨୯ରେ ଏନଣ୍ଡିପିଏସ ମାମଲାରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି।