
ଜୟପୁର : ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବିସିଂପୁର ଥାନା ମୁଣ୍ଡିଗୁଡାର ବିକାଶ ନାଗ (୧୯) । ପୋଲିସ ସୂଚନା ଜଣେ ନାବାଳିକା କଲେଜ ଛାତ୍ରୀକୁ ଗର୍ଭବତୀ କରିଥିବା ନେଇ ଜୟପୁର ସଦର ଥାନା ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।