କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ରେଲ ବିଭାଗର ଟିକେଟ୍ ବୁକିଂ କାଉଣ୍ଟର ଉପରେ ଆଜି ଦିନ ୧୧ଟା ସମୟରେ ରେଳବାଇ ପୋଲିସ ଓ ରେଳବାଇ ଭିଜିଲାନ୍ସ ଟିମ୍ର ୬ ଜଣିଆ ଗ୍ରୁଫ ଚଢାଉ କରି ଟିକେଟ ବୁକିଂ ଦାୟିତ୍ୱରେ ଥିବା ସୁପର ଭାଇଜରଙ୍କୁ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । କେନ୍ଦ୍ରାପଡା ର ଏହି ଟିକେଟ୍ କାଉଣ୍ଟର ରେ ବ୍ୟାପକ କଳା ବଜାରୀ ହେଉଥିବା ଦୂର ଦୂରାନ୍ତରୁ ଟିକେଟ୍ କରିବାକୁ ଆସୁଥିବା ଲୋକଙ୍କୁ ଟିକେଟ ନଦେଇ ଦଲାଲଙ୍କ ମାଧ୍ୟମରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଇ ଟିକେଟ୍ ବିକୁଥିବା ଅଭିଯୋଗ ରେଳବାଇ ଭିଜିଲାନ୍ସ ବିଭାଗ ନିକଟରେ ବହୁ ପୂର୍ବରୁ ପହଁଚିଥିଲା । ଏନେଇ ବିଭାଗ ପକ୍ଷରୁ ଏହି କାଉଣ୍ଟର କର୍ମଚାରୀଙ୍କ ଉପରେ ନଜର ରଖାଯାଇ ଥିଲା । ଆଜି ୧୧ଟା ସମୟରେ ରେଳବାଇର କ୍ରାଇମବ୍ରାଂଚ ଅଧିକାରୀ ଏସ କାନ୍ତାରାଓଙ୍କ ନେତୃତ୍ୱରେ ଏହି ୬ ଜଣିଆ ଟିମ୍ ଟିକେଟ୍ ସୁପର ଭାଇଜର ଭରତ ଚନ୍ଦ୍ର ପୃଷ୍ଟିଙ୍କୁ ନିଜ ହେପାଜତଙ୍କୁ ନେଇ ତାଙ୍କ ମୋବାଇଲ ଫୋନ ଯାଂଚ କରିଥିଲେ । କାଉଣ୍ଟର ରେ ଟିକେଟ୍ ବିକ୍ରି ଅର୍ଥ ଠାରୁ ଅଧିକ ୧୭ ହଜାର ୩୦୦ ଟଙ୍କା ଜବତ କରିଥିଲେ । ଏହା ସହ ସୁପର ଭାଇଜର ଶ୍ରୀ ପୃଷ୍ଟିଙ୍କ ମୋବାଇଲ ଫୋନ ପେ ଯାଂଚ କରିବାରୁ ସେଥିରେ ବହୁ ଅର୍ଥ କାରବାର ହୋଇଥରବା ଜଣାପଡିଛି । ତେବେ ଅଧିକ ତଦନ୍ତ ପାଇଁ ସୁପର ଭାଇଜର ଶ୍ରୀ ପୃଷ୍ଟିଙ୍କୁ ପାରାଦ୍ୱିପ ରେଳବାଇ ଥାନାକୁ ନିଆଯିବା ସହ କେନ୍ଦ୍ରାପଡା ଟିକେଟ୍ ବୁକିଂ କାଉଣ୍ଟରକୁ ସିଲ୍ କରାଯାଇ ଥିବା ଜଣାପଡିଛି ।