ରିପୋର୍ଟ : ସତ୍ୟ ରଞ୍ଜନ ପଣ୍ଡା |
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ କଂସାର ପଞ୍ଚାୟତର ରଘୁନାଥ ରଣାଙ୍କ ରୋଜଗାରକ୍ଷମ ପୁତ୍ର ପ୍ରତାପ କୁମାର ରଣା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ । ଏହି ଖବର ପାଇ ଶ୍ରୀ ବଳଦେବଜୀଉ ମଣ୍ଡଳ (ଜୋନ -୮)ର ସଭାପତି ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ବୁଥ ସଭାପତି ବାଦଲ ସ୍ୱାଇଁ, ନିରାକାର ରଣା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରଦତ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ l