ସୁବର୍ଣ୍ଣପୁର, ୦୨ ସେପ୍ଟେମ୍ବର – ସୋନପୁର ମହାବିଦ୍ୟାଳୟ ର କମ୍ପ୍ୟୁଟର ବିଜ୍ଞାନର ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଲେଫ୍ଟନାଂଟ ଆଶିଷ କୁମାର ଅଗ୍ରୱାଲଙ୍କ ଦ୍ୱାରା ଲିଖିତ ଯୁକ୍ତ ଦୁଇର ପ୍ରଥମ ବର୍ଷ ର ବିଜ୍ଞାନ, କଳା ଓ ବାଣିଜ୍ୟ ର ଛାତ୍ର ଛାତ୍ରୀମାନଙ୍କ ପାଇଁ “ପ୍ରଯୁକ୍ତି ବିଜ୍ଞାନ” ନାମକ ପୁସ୍ତକ ଆତ୍ମପ୍ରକାଶ କରିଛି । ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ, ଭି.କେ. ପବ୍ଲିକେସନ ,ଓଡ଼ିଶା, ନୂଆଦିଲ୍ଲୀ, ପ୍ରକାଶନ ବିଭାଗ ତରଫରୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଏହି ବହି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିଗ ଦର୍ଶନ ର ଏକ ମାର୍ଗ ହେବ ଯେଉଁଥିରେ ଲେଫ୍ଟନାଣ୍ଟ ଅଗ୍ରୱାଲ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ପଢୁଥିବା ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ କିଭଳି ଭାବେ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ର ରେ ଆଗକୁ ବଢ଼ି ପାରିବେ ଉଜ୍ୱଳ ଭବିଷ୍ୟତ ଗଢି ପାରିବେ ତାହା ପାଠକଙ୍କ ପାଇଁ ପରଷିଛନ୍ତି । ପ୍ରେରଣା ଯୋଗାଇଛନ୍ତି କ୍ଷ ଏହି ବହିରେ ପ୍ରଯୁକ୍ତି ବିଜ୍ଞାନ ରେ ଆସୁଥିବା ସମସ୍ତ ପ୍ରଶ୍ନ ଉତର, ବିଭିନ୍ନ ଟେଷ୍ଟ ସିରିଜ ତଥା ପ୍ରାକ୍ଟିକାଲ ଓ ମନଛୁଆଁ ଫଟୋ, ପାଠକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଶ୍ରୀ ଆଗ୍ରୱାଲ କ୍ଷ ଏହି ବହିରେ ମାଧ୍ୟମିକ ଉଚ୍ଚ ଶିକ୍ଷା ପରିଷଦ ବିଭାଗ, ଓଡ଼ିଶା ପାଠ୍ୟକ୍ରମ କୁ ସାମିଲ କରା ଯାଇଛି । ଏହି ବହିଟି ସୋନପୁର ମହାବିଦ୍ୟାଳୟ ପାଇଁ ଏକ ଗୌରବ ର ବିଷୟ ତଥା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରକୁଷ୍ଟ ମାଧ୍ୟମ ଓ ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉ କି ଯେ ଗତ ବର୍ଷ ଶ୍ରୀ ଅଗ୍ରୱାଲା ଯୁକ୍ତ ଦୁଇ କୋର୍ସ ପାଇଁ ଏହି ପୁସ୍ତକ ପ୍ରକାଶିତ କରିଛନ୍ତି ।