ନୂଆଦିଲ୍ଲୀ : ଭାରତୀୟ ରେଲୱେ ପରିଚାଳନା ସେବା (ଆଇଆରଏମଏସ)ର ସଦସ୍ୟ (ସଂଚାଳନ ଏବଂ ବ୍ୟବସାୟ ବିକାଶ) ଜୟା ବର୍ମା ସିହ୍ନା ଶୁକ୍ରବାର ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ଭାରତୀୟ ରେଲୱେର ୧୬୬ ବର୍ଷର ଇତିହାସ ସହିତ ରେଲୱେ ବୋର୍ଡ଼ର ୧୬୬ ବର୍ଷର ଇତିହାସରେ ଏହି ଦାୟୀତ୍ଵ ଗ୍ରହଣ କରିଥିବା ପ୍ରଥମ ମହିଳା ଅଟନ୍ତି ।
କ୍ୟାବିନେଟ ର ନିଯୁକ୍ତି କମିଟି (ଏସିସି) ଜୟା ବର୍ମା ସିହ୍ନାଙ୍କୁ ଗୁରୁବାର ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଓ ସିଇଓ ପଦରେ ନିଯୁକ୍ତି ନେଇ ମଞ୍ଜୁରୀ ଦେଇଥିଲା । ତାଙ୍କର ନିଯୁକ୍ତି ୧ ସେପ୍ଟେମ୍ବରରୁ ୩୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବଳବତର ରହିବ ।