ଭୁବନେଶ୍ୱର : ହୀନ ନିର୍ବାଚନୀ ସ୍ୱାର୍ଥ ପାଇଁ ଆମ ଓଡିଶା ନବୀନ ଓଡିଶା ଯୋଜନା କରାଯାଇଛି । ନିର୍ବାଚନ ପୂର୍ବରୁ କର୍ମୀ ଙ୍କୁ ମାଲେ ମାଲ କରିବା ପାଇଁ ଏହି ଯୋଜନା କରାଯାଇଛି । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
ଦାସ କହିଛନ୍ତି ଯେ, ଆମ ଓଡିଶା ନବୀନ ଓଡିଶା ଯୋଜନା ସାମ୍ବିଧାନିକ ବିରୋଧୀ ବୋଲି ଆମେ କହିଥିଲୁ । ବସ୍ତା ର ନାବ୍ରା ପଂଚାୟତ ର ସରପଞ୍ଚ ଙ୍କ ସହ 9 ଜଣ ସରପଞ୍ଚ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ପଂଚାୟତ ପ୍ରତିନିଧି ଓ ଗ୍ରାମସଭା କୁ ସାମିଲ ପାଇଁ ଆନ୍ତରୀଣ ରାୟ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ସରପଞ୍ଚ ଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା କଥା କହୁଛନ୍ତି । ହେଲେ ସରପଞ୍ଚ ଙ୍କୁ ବାସୀ ପଖାଳ ରେ ପଚାରୁ ନାହାଁନ୍ତି ବୋଲି ସେ କହିଛନ୍ତି।