ଗଂଜାମ : ମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍କକ ପିତଳ ଅଞ୍ଚଳରେ ପାନୀୟଜଳର ଘୋର ସଂକଟ ଦେଖା ଦେଇଛି।ପ୍ରବଳ ଗ୍ରୀଷ୍ମ ଅନୁଭୂତ ସାଂଗକୁ ପାଇପ ଜଳ ଯୋଗାଣ ମାସକୁ ପାଞ୍ଚରୁ ଛଅ ଦିନ ବନ୍ଦ ରହିବା ଫଳରେ ଜନସାଧାରଣ ପାଣି ପାଇଁ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି। ପିତଳ ବଜାର ହରିଜନ ଧୋବା ସାହିରେ ଏକ ପ୍ରକାଣ୍ଡ ପଥର କୂପ ଥିଲା। ଏହି କୂପଟି ଶତାଧିକ ପରିବାରର ଜଳକଷ୍ଟ ଦୂର କରୁଥିଲା। ତେବେ ସ୍ଥାନୀୟ ଜନସାଧାରଣ ଜିଲା ପ୍ରଶାସନ, ଶେରଗଡ ତହସିଲଦାର ଓ ବିଡିଓଙ୍କ ବାରଣ ସତ୍ବେ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ମଳିକ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରି ଏହି କୂପଟିକୁ ପୋତିଦେବା ପରେ ଜଜନସାଧାରଣଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ତୁରନ୍ତ ପିତଳ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର, ସମିତିସଭ୍ଯ ଜନାର୍ଦ୍ଦନ ପାତ୍ର, ଶେରଗଡ ଚେୟାରମେନ କୃଷ୍ଣଚନ୍ଦ୍ର ନାୟକ ଓ ବିଡିଓଏହି ଘଟଣାର ଅନୁଧ୍ୟାନ କରି ପିତଳବଜାର ଧୋବାସାହି ଚିତ୍ତବିନୋଦନ କେନ୍ଦ୍ର ସମ୍ମୁଖରେ ଏକ ନଳକୂପ ଖନନ କଲେ ଏ ଅଞ୍ଚଳର ଜନସାଧାରଣଙ୍କ ପାନୀୟଜଳ କଷ୍ଟ ଦୂର ହେବ ବୋଲି ଜନମତ ପ୍ରକାଶ ପାଉଛି।