ଭୁବନେଶ୍ଵର : ଆହୁରି ୪୮ ଘଂଟା ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ । ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଅଧିକ ରେକର୍ଡ ହେଉଥିବା ବେଳେ ଆଦ୍ରତା ଦିନ ତମାମ ୬୦ ପ୍ରତିଶତ କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିରହୁଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।